Comprehension

ଅନୁଚ୍ଛେଦ ଅନୁଯାୟୀ ପ୍ରଶ୍ନ ଗୁଡିକର ଉତ୍ତର ଦିଅ।

ପ୍ରେମ ମାନବ ଜୀବନର ସାର ବସ୍ତୁ - ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ। ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା, ସେହିଠାରେ ବାଧତା ଓ କର୍ତ୍ତବ୍ୟନିଷ୍ଠା। ପ୍ରେମ ମାନବ ହୃଦୟକୁ ଭେଦାଭେଦଶୂନ୍ଯ କରେ, ସ୍ବାର୍ଥ ବିବର୍ଜିତ କରେ, ଆତ୍ମବିସ୍ତୃତ କରେ। ପ୍ରେମରେ ଛୋଟ ବଡ଼ ନାହିଁ, 'ମୁଁ' 'ତୁ' ନାହିଁ। ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ନୁହେଁ ଏବଂ ତାହା ଆମ୍ଭମାନଙ୍କ ଭଳି ଲୋକର କାର୍ଯ୍ୟ ନୁହେଁ। ଆମ୍ଭେମାନେ ଏତିକି ମାତ୍ର କହୁଅଛୁ ଯେ, ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ବ ଅସମ୍ଭବ - ପ୍ରେମଶୂନ୍ୟ ହୃଦୟ ପ୍ରେତପିଶାଚର ଲୀଳାଭୂମି। ଯାହା ଇନ୍ଦ୍ରିୟା ସକ୍ତିଜନିତ ବା ସୁଖଲାଳସା ପ୍ରସୂତ, ତାହା ପ୍ରେମ ନାମର ଯୋଗ୍ୟ ନୁହେଁ – ତାହା ଅସ୍ଥାୟୀ, ସୁଖର ଆଶା ଶେଷ ହେଲେ ତାହାର ଅସ୍ଥିତୃ ପ୍ରାୟ ବିଲୁପ୍ତ ହୁଏ – ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ। ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ, ତାହାକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରାଏ, ତାହାହିଁ ପ୍ରକୃତ ପ୍ରେମ।

କେଉଁଟି ପ୍ରକୃତ ପ୍ରେମ ?

This question was previously asked in
OSSC Excise SI (Mains) Official Paper (Held On: 17 Oct, 2024 Shift 2)
View all OSSC Excise SI Papers >
  1. ମଣିଷକୁ ମାନସିକ ଆନନ୍ଦ ଦେଉଥ‌ିବା ପ୍ରେମ। 
  2. ମଣିଷକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରାଉଥ‌ିବା ପ୍ରେମ। 
  3. ମଣିଷକୁ ଇନ୍ଦ୍ରିୟ ସୁଖ ପ୍ରଦାନ କରୁଥ‌ିବା ପ୍ରେମ। 
  4. ମଣିଷକୁ ସ୍ବାର୍ଥପର କରାଉଥିବା ପ୍ରେମ।

Answer (Detailed Solution Below)

Option 2 : ମଣିଷକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରାଉଥ‌ିବା ପ୍ରେମ। 

Detailed Solution

Download Solution PDF
2) ମଣିଷକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରାଉଥ‌ିବା ପ୍ରେମ।
Key Points
  • ଅନୁଚ୍ଛେଦର ଶେଷଭାଗରେ ଲେଖକ ସ୍ପଷ୍ଟ କରିଛନ୍ତି ଯେ ପ୍ରକୃତ ପ୍ରେମ ସେଉଁଟି, ଯେଉଁଠାରେ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ ହୁଏ ଓ ଯାହା ମଣିଷକୁ ଅନନ୍ତ ଲକ୍ଷ୍ୟ ପଥରେ ଅଗ୍ରସର କରାଏ।
  • ଏହିପରି ଶୁଦ୍ଧ, ନିଷ୍କଳୁଷ ଓ ଉନ୍ନତିକାରୀ ପ୍ରେମକୁ ହିଁ ପ୍ରକୃତ ପ୍ରେମ ବୋଲି କୁହାଯାଇଛି।
  • ତେଣୁ, ବିକଳ୍ପ 2 ସଠିକ୍ ଉତ୍ତର।
Latest OSSC Excise SI Updates

Last updated on Feb 8, 2025

-> OSSC Excise SI PET/PMT Merit List has been released on the official website. The test was conducted on 4th and 5th February 2025. 

-> OSSC Excise SI 2024 Notification has been released for 10 vacancies.

-> The selection process includes Written Examination, PMT and PET, and Certificate Verification.

Get Free Access Now
Hot Links: lotus teen patti teen patti 3a rummy teen patti teen patti bodhi teen patti master apk best